ଏସିଆ ଓ ଆଫ୍ରିକାରେ ଉପନିବେଶବାଦ (Colonisation in Asia and Africa)
ଉପନିବେଶର ଆକ୍ଷରିକ ଅର୍ଥ ହେଉଛି ବିଦେଶସୁ ଆବାସ । କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସ୍ଵତ୍କାରୀ ରାଜ୍ୟ ମନେ କରି ମାତୃ ଦେଶର ଲାଭ ପାଇଁ କାର୍ଯ୍ୟରେ ଲଗାଇବା ହେଉଛି ଉପନିବେଶବାଦ । ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମ ପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା । ଉପନିବେଶବାଦ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା । ଇଉରୋପୀୟ ରାଷ୍ଟ୍ରମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ ନିଜ ଦେଶର ଉପନିବେଶମାନ ସ୍ଥାପନ କରିଥିଲେ । ସେମାନେ ଏସିଆ ଓ ଆଫ୍ରିକାକୁ ମୁଖ୍ୟତଃ ବାଣିଜ୍ୟ ବ୍ୟବସାୟ ଉଦ୍ଦେଶ୍ୟରେ ଆସିଥିଲେ ଏବଂ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ରମାନ ଖୋଲି ଏକସ୍ଫଟିଆ ବାଣିଜ୍ୟ କାରବାର କରିବା ପାଇଁ ଉଦ୍ୟମ କଲେ । ବାଣିଜ୍ୟିକ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଲା ।
ପ୍ରଥମ ପର୍ଯ୍ୟାୟ ଉପନିବେଶବାଦ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ ସ୍ଖଳିଥିଲା । ଉନବିଂଶ ଶତାବ୍ଦୀର ଶେଷବେଳକୁ ଉପନିବେଶ ସ୍ଥାପନ ଓ ଔପନିବେଶିକ ପ୍ରତିଦ୍ଵନ୍ଦିତାର ପୁନରୁତ୍ଥାନ ହେଲା । ଉନବିଂଶ ଶତାବ୍ଦୀରେ ବିଭିନ୍ନ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅବସ୍ଥା ଉପନିବେଶବାଦର ବିକାଶ ପାଇଁ ସହାୟକ ହେଲା । ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ପରିସ୍ଥିତିର ଫାଇବା ନେଇ ନିଜର
ସ୍ୱାର୍ଥକୁ ସୁହାଇଥିବା ଅଞ୍ଚଳକୁ ଜୟକଲେ ଏବଂ ବିଜିତ ଅଞ୍ଚଳରେ ଉପନିବେଶ ସ୍ଥାପନ କଲେ । ଉପନିବେଶବାଦର ଏହି ନୂତନ ପର୍ଯ୍ୟାୟ ଥିଲା ଔପନିବେଶିକ ସାମ୍ରାଜ୍ୟବାଦ । ଏହା ୧୯୧୪ ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ୱଯୁଦ୍ଧ ପାଇଁ ଏକ ପ୍ରମୁଖ କାରଣ ହୋଇଥିଲା ।
ଏସିଆ ଓ ଆଫ୍ରିକାରେ ଉପନିବେଶବାଦର କାରଣ
(Causes of colonialism in Asia and Africa):
(୧) ଭୌଗୋଳିକ ଆବିଷ୍କାର(Geographical discoveries):
ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀର ଭୌଗୋଳିକ ଆବିଷ୍କାର ଫଳରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ନୂତନ ଅଞ୍ଚଳର ସନ୍ଧାନ ମିଳିଲା । ଇଉରୋପୀୟ ରାଷ୍ଟ୍ରମାନଙ୍କରୁ ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କୃତ ହେଲା । ଫଳରେ ଦେଶମାନଙ୍କ ମଧ୍ୟରେ ଯାତାୟାତ ଓ ଯୋଗାଯୋଗର ଅଧିକ ସୁବିଧା ହେଲା । ପ୍ରତ୍ୟେକ ଦେଶ ଅନ୍ୟ ଦେଶ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ ।
ଭୌଗୋଳିକ ଅନୁସନ୍ଧାନକାରୀମାନେ ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି ଥିବା କଥା ସେମାନଙ୍କ ବିବରଣୀରେ ଉଲ୍ଲେଖ କଲେ । ଏହିପରି ଭାବରେ ଭୌଗୋଳିକ ଆବିଷ୍କାର ଉପନିବେଶ ସ୍ଥାପନ ପାଇଁ ପଥ ପ୍ରଦର୍ଶନ କଲା ।
(୨) ଲାଭଜନକ ବ୍ୟବସାୟର ସୁବିଧା (Advantages of profitable business):
ଏସିଆ ମହାଦେଶ ଅନ୍ତର୍ଗତ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ଅନେକ ଲାଭଦାୟକ ସାମଗ୍ରୀ
(୩) ଶିଳ୍ପ ବିପ୍ଳବ :
ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଅନେକ ନୂତନ ଯନ୍ତ୍ରର ଉଦ୍ଭାବନ ହେଲା । ସେହି ଯନ୍ତ୍ର ସାହାଯ୍ୟରେ କଳ କାରଖାନାମାନଙ୍କରେ ଅଳ୍ପ ଶ୍ରମ ଓ ସମୟ ବିନିମୟରେ ଦୈନନ୍ଦିନ ବ୍ୟବହୃତ ଦ୍ରବ୍ୟମାନଙ୍କ ଉତ୍ପାଦନ ବୃଦ୍ଧି ଯୋଗୁଁ ମନୁଷ୍ୟ ଜୀବନଯାପନରେ ପରିବର୍ତନ ଘଟିଲା । ଏହାକୁ ଶିଳ୍ପ ବିପ୍ଳବ କୁହାଯାଏ ।
0 Comments